କାଳ ହେଲା ଗଳା ବାଟ, ଡ୍ୟାମରେ ବୁଡି ଗଲା ଜୀବନ

ପାଟଣା,ଏନ୍ଏନ୍ଏସ୍ : କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଏବେ ସମସ୍ତ ଅଞ୍ଚଳର ସୀମାକୁ ସିଲ କରାଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପକ୍ଷରୁ ବିଭିନ୍ନ ସୀମା ସିଲ କରାଯାଇଥିବା ବେଳେ ପଡ଼ୋଶୀ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲାର ସୀମାକୁ ପୋଲିସ ସିଲ କରିଛି କୌଣସି ବ୍ୟକ୍ତିଙ୍କୁ ମୟୁରଭଞ୍ଜକୁ ଛଡାଯାଉନାହିଁ କି ମୟୁରଭଞ୍ଜ ପଟୁ ମଧ୍ୟ କେନ୍ଦୁଝର ପଟକୁ କାହାରିକୁ ଛଡା ଯାଉନାହିଁ । ଫଳରେ ଲୋକେ ଏବେ ଗଳା ବାଟକୁ ଆପଣେଇ ପଡୋ଼ଶୀ ଜିଲ୍ଲାକୁ ଯାଉଛନ୍ତି। ଏହି ଗଳାବାଟ ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଫଳ ସ୍ୱରୂପ ବହୁମୂଲ୍ୟ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସାହାରପଡା ବ୍ଲକ କମାରମରା ନାଳରେ ନବ ନିର୍ମିତ ଚେକଡ୍ୟାମରେ ବୁଡି ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଜିରାଣ ଗାଁ ର ଗୋବର୍ଦ୍ଧନ ହୋ।

ସେ ନିଜ ସମୂଦି ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡିଆର ସାହିକୁ ଆସିଥିବା ବେଳେ ଲକ୍ ଡାଉନ୍ ଯୋଗୁଁ ଆଉ ଘରକୁ ଫେରିପାରି ନଥିଲେ। ବୁଧବାର ଦିନ ସମୁଦିଙ୍କ ସହ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ପୈତୃକ ଗାଁ ଖଡିକାପଦା ପଞ୍ଚାୟତ ଖଡ଼ି ବେଡା ଗ୍ରାମର ବୁଧୁ ସାହିକୁ ୨ ଟି ସାଇକେଲରେ ଆସି ଫେରିଲା ବେଳେ କୋମାରମରା ନାଳର ଚେକ ଡ୍ୟାମରେ ସାଇକେଲ ଟେକି ପାର ହେଉଥିବା ବେଳେ ସେ ବୁଡି ଯାଇଥିଲେ । ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଗୁରୁବାର ତାଙ୍କର ମୃତ ଦେହ ସାହର ପଡା ଫାଣ୍ଡି ପୋଲିସ ଡ୍ୟାମରୁ ଉଦ୍ଧାର କରି ପାଟଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।