୧୯ଜଣ ଶ୍ରମିକଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖିଲା କେନ୍ଦୁଝର ଜିଲ୍ଲା ପ୍ରଶାସନ

ପାଟଣା,ଏନ୍ଏନ୍ଏସ୍ : ୧୯ଜଣ ଶ୍ରମିକଙ୍କୁ ହୋମ୍ କ୍ୱାଣେଣ୍ଟାଇନରେ ରଖିଲା କେନ୍ଦୁଝର ଜିଲ୍ଲାପ୍ରଶାସନ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳର ୧୯ ଜଣ ଶ୍ରମିକ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଶ୍ରମିକ ଭାବେ ମାଟି କାମ କରୁଥିଲେ। ହେଲେ ଉକ୍ତ ଅଞ୍ଚଳ ସଟଡାଉନ ପରେ କଣ୍ଟେନମେଣ୍ଟ ଘୋଷଣାରେ ଗାଡି ମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା । ଭୋକ ଉପାସରେ ଯାଜପୁରରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳକୁ ଚାଲି ଚାଲି ଆସୁଥିବା ବେଳେ ଆନନ୍ଦପୁର ନିକଟ ନରଦା ଚେକ ପୋଷ୍ଟରେ ପୋଲିସ ତାଙ୍କୁ ଅଟକାଇଥିଲା । ପରେ ରାମଚନ୍ଦ୍ରପୁର ଥାନା ପକ୍ଷରୁ ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା। ରାମଚନ୍ଦ୍ର ପୁର ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରି ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ପାଟଣା ଅଞ୍ଚଳକୁ ପଠାଇଥିଲେ । ସମସ୍ତ ଶ୍ରମିକମାନଙ୍କୁ ହୋମ କ୍ୱରେଣ୍ଟାଇନରେ ୧୬ ଦିନ ପାଇଁ ରଖାଯାଇଥିବା ପାଟଣା ବିଡ଼ିଓ ଇଶ୍ୱର ନାଏକ ସୂଚନା ଦେଇଛନ୍ତି।