ପାଟଣା,ଏନ୍ଏନ୍ଏସ୍ : କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ହୋଇଛି। ଏଥିରେ ବ୍ଲଡ ବ୍ୟାଙ୍କ ଗୁଡିକରେ ରକ୍ତର ଘୋର ସଙ୍କଟ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବଡ଼ବିଲ ପଂଚାୟତରେ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଶୁକ୍ରବାର ସାହାରପଡା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ସାମାଜିକ ଦୂରତା ରଖି ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି।
ଏହି ରକ୍ତଦାନ ଶିବିରରେ ବିଜେଡି ଦଳ ତରଫରୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ , ପାଟଣା ବିଧାୟକ ଜଗନ୍ନାଥ ନାଏକ ଜିଲ୍ଲା ସମ୍ପାଦକ କରୁଣା ସାଗର ଖାଟୁଆ,ସାହାରପଡା ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ମହାନ୍ତ,ସାଂସଦ ପ୍ରତିନିଧି,ରବୀନ୍ଦ୍ର ନାଏକ, ସାହାରପଡା ବ୍ଲକ ଉପାଧ୍ୟକ୍ଷା କିରଣ ବାଳା ସିଂ,ବଡ଼ବିଲ ସରପଞ୍ଚସୁରେନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଦୟପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ଃ ନିର୍ମଳ କୁମାର ମହାନ୍ତି , ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଅକ୍ଷୟ କୁମାର ସାହୁ , ଟେକ୍ନିସିଆନ ଜଗନ୍ନାଥ ମହାନ୍ତ ଓ ହେମରଞ୍ଜନ ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।