୧୮୦କିଲୋମିଟର ଚାଲି ଚାଲି ଘରକୁ ଫେରିଲେ ଶ୍ରମିକ

ପାଟଣା,ଏନ୍ଏନ୍ଏସ୍ : କରୋନା ମହାମାରୀ ପାଇଁ ଦେଶ ସାରା ଲକ ଡାଉନ ଥିବାବେଳେ ବସ୍,ଟ୍ରେନ,ଯାନବାହାନ ଗୁଡିକ ବନ୍ଦ ରହିଛି । ନିଜ ଘରକୁ ୧୮୦ କିଲୋମିଟର ପାଦରେ ଚାଲି ଚାଲି ଆସିଛନ୍ତି। ମୟୁରଭଞ୍ଜ ଜିଲା ଶୁକ୍ରୁଳି ବ୍ଲକ କିଟି ସାହି ଗ୍ରାମର ୩୮ଜଣ ପୁରୁଷ ଓ ମହିଳା ଶ୍ରମିକ ଏକ ମାସ ହେବ ଯାଜପୁର ଦରକଣ୍ଡି ଅଂଚଳକୁ ଚିନା ବାଦାମ ଅମଳ କାମ କରିବାକୁ ଯାଇଥିଲେ ।

ପାଖାପାଖି ୧୫ଦିନ ସେଠାରେ ବାଦାମ ଉପାଡିବା କାମ କରୁଥିଲେ। ଲକ ଡାଉନ୍ ହୋଇଗଲା ଯାହା ଦ୍ୱାରା କାମ ମଧ୍ୟ ବନ୍ଦ ହୋଇଯାଇଥିଲା । କାମ ବନ୍ଦ ଯୋଗୁ ରହିବା ଓ ଖାଇବାରେ ଅସୁବିଧା ହେବାରୁ ଗୁରୁବାର ସକାଳୁ ୬ ଟା ସମୟରେ ବାହାରି କେନ୍ଦୁଝର ଦେଇ ଚାଲି ଚାଲି ମୟୁରଭଞ୍ଜ ଅଭିମୁଖେ ଆସି ଥିଲେ । ପରେ ୪୯ ନମ୍ବର ରାଜପଥ ଦେଇ ଆସିବା ସମୟରେ କେନ୍ଦୁଝର ପ୍ରଶାସନ ଜାଣିବା ପରେ, ଚେମେଣା ପଂଚାୟତରେ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଅପରାହ୍ଣରେ ପୁଣି ଚାଲିଚାଲି ନିଜ ଗ୍ରାମକୁ ଯାଇଥିଲେ ସମସ୍ତ ଶ୍ରମିକ।