ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଗୋରାସ ଖମଣ ସାହି ହୁଡ଼ି ନିକଟରୁ ପାଟଣା ବନ ବିଭାଗ ଶୁକ୍ରବାର ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି ଜବତ କରିଛି ।
ସୂଚନା ଅନୁଯାୟୀ, ମାଫିଆମାନେ କାଠ ଚୋରା ଚାଲାଣ ପାଇଁ ବିଲମ୍ବିତ ରାତିରେ ୨୪ଟି ଶାଳ ଗଛ କାଟି ରଖିଥିଲେ । କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି ଜବତ କରିଛି । ଜବତ କାଠର ଅନୁମାନିକ ମୂଲ୍ୟ ଏକ ଲକ୍ଷଟଙ୍କା ରୁ ଉର୍ଦ୍ଧ ହେବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାଏକ ସୁଚନା ଦେଇଛନ୍ତି ।