କୁଅ ଭିତରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟାର ମୃତଦେହ

ପାଟଣା,ଏନ୍ଏନ୍ଏସ୍ :ପୁଣି ଅଲୋଡା ହେଲା ଶିଶୁ କନ୍ୟା। କେନ୍ଦୁଝର ଜିଲ୍ଳା ତୁରୁମୁଙ୍ଗା ଥାନା ଭଗପଶି ଗ୍ରାମ ଜଙ୍ଗଲ ନିକଟରେ ଥିବା ଏକ କୂଅ ମଧ୍ୟରୁ ଗୁରୁବାର ସନ୍ଧ୍ୟାରେ ଏକ ନବଜାତ ଶିଶୁ କନ୍ୟାର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୁତ ଦେହକୁ ଉଦ୍ଧାର ଜରିଛନ୍ତି । ତେବେ ଶିଶୁ କନ୍ୟାକୁ କୁଅ ଭିତରେ କିଏ କିଭଳି ପରିସ୍ଥିରେ ଫିଙ୍ଗିଛି ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ । ମୃତ ଶିଶୁକନ୍ୟାକୁ ଦୁଇ ତିନି ଦିନ ପୂର୍ବରୁ ଜନ୍ମଗ୍ରହଣ କରିଥିବା ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଆଳ ସୂଚନା ଦେଇଛନ୍ତି ।