ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ : ଜଣେ ଗୁରୁତର ୩ ଅଟକ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତାଳସରୁଆ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ। ଫଳରେ ଜଣେ ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ ହୋଇଛନ୍ତି । ଗୁରୁତର ହେଲେ ଲକ୍ଷ୍ମୀଧର ମହାନ୍ତ(୫୦)।

ସୂଚନା ଅନୁସାରେ, ଲକ୍ଷ୍ମୀଧରଙ୍କ ଜମିରେ ଉକ୍ତ ଗ୍ରାମର ଚୈତନ୍ୟ ମହାନ୍ତ ,କଂଗ୍ରେସ ମହାନ୍ତ, ରାଜକିଶୋର ମହାନ୍ତ ହଳ କରୁଥିଲେ ଏହାକୁ ଲକ୍ଷ୍ମୀଧର ବିରୋଧ କରିବାରୁ ତିନି ଜଣ ସଙ୍ଘବଧ ଭାବରେ ଲକ୍ଷ୍ମୀଧରଙ୍କୁ ଆକ୍ରମଣ କରିଥିଲେ । ଫଳରେ ଲକ୍ଷ୍ମୀଧର ଘଟଣାସ୍ଥଳରେ ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତୀ କରିଛନ୍ତି । ଏହାକୁ ନେଇ ପାଟଣା ଥାନାରେ ଲକ୍ଷ୍ମୀଧର ସ୍ତ୍ରୀ ଗାନ୍ଧାରୀ ମହାନ୍ତ ଅଭିଯୋଗ କରିବା ପରେ ପାଟଣା ପୋଲିସ ଚୈତନ୍ୟ ମହାନ୍ତ କଂଗ୍ରେସ ମହାନ୍ତ ଓ ରାଜକିଶୋର ମହାନ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଆସନ୍ତାକାଲି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରିଣି ସନ୍ଧ୍ୟରାଣୀ ଜେନା ସୂଚନା ଦେଇଛନ୍ତି ।