ସାହାରପଡା ଓ ତୁରୁମୁଙ୍ଗା ବଜାରକୁ ଜରୁରୀ କାଳୀନ ବନ୍ଦ କଲା ପ୍ରଶାସନ ଜିଲ୍ଲା By Nitidin On Mar 24, 2020 Share ପାଟଣା,ଏନ୍ଏନ୍ଏସ୍ : କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟରେ ବାତାବରଣ ଖେଳିଯାଇଛି । ଏହାକୁ ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ପାଟଣା ବ୍ଲକ ପ୍ରଶାସନ ଅନେକ ପଦକ୍ଷେପ ହାତକୁ ନେଇଛି । ଗାଁ ଗାଁ ବୁଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ପାଟଣା ଥାନା ଅଧିକାରିଣୀ ଓ ତୁରୁମୁଙ୍ଗା ଥାନା ଅଧିକାରୀଙ୍କ ନେତୃତ୍ୱରେରେ ପାଟଣା ସାହାରପଡା ଓ ତୁରୁମୁଙ୍ଗା ବଜାରକୁ ଜରୁରୀ କାଳୀନ ବନ୍ଦ କରାଯାଇଛି । କେବଳ ଅତ୍ୟାବଶ୍ୟକ ଦୋକାନ ଔଷଧ ଦୋକାନ ,କ୍ଷୀର, ଗ୍ରୋସରୀ, ଓ ପନିପରିବା ଓ ଫଳ ଦୋକାନ ,ମାଛ ମାଂସ ଅଣ୍ଡା ଆଦି ଦୋକାନ ଖୋଲା ରହିଛି । ଅନ୍ୟ ସମସ୍ତ ଦୋକାନକୁ ବନ୍ଦ କରିଦେଇଛି ପ୍ରଶାସନ । ସେହିପରି ମୟୁରଭଞ୍ଜ ଓ କରଞ୍ଜିଆକୁ ସଂଯୋଗ କରୁଥିବା ରାଜପଥକୁ ସୀମାନ୍ତ ସାହାରପଡା ଠାରେ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଏଥି ସହିତ ଜରୁରୀ କାମ ନଥିଲେ ଲୋକଙ୍କୁ ଘରୁ ନ ବାହାରି ବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯିବା ସହିତ କୌଣସି ସ୍ଥାନରେ ଭିଡ଼ ନ ଜମାଇବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଏହି ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପାଟଣା ଓ ତୁରୁମୁଙ୍ଗା ଥାନା ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । Share