ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ରୋଗୀଙ୍କ ସମ୍ପର୍କୀୟ, ରୋଗୀ ସେବା ବ୍ୟାହତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ରେମୁଣୀ  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ରାତିରେ ଡାକ୍ତର ନଥିବାରୁ ଜଣେ ରୋଗୀଙ୍କ କିଛି ସମ୍ପର୍କୀୟ ଡାକ୍ତରଖାନାରେ ଭଙ୍ଗାରୁଜା ସହହସ୍ପିଟାଲର ସମସ୍ତ ପ୍ରବେଶ ପଥରେ ତାଲା ପକାଇ ଦେଇଛନ୍ତି। ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ସୂଚନା ଅନୁଯାୟୀଗତାକାଲି ରାତିରେ ଜଣେ ରୋଗୀର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ମେଡ଼ିକାଲରେ ଡାକ୍ତର ନଥିଲେ। ଫଳରେ ରୋଗୀ ସହିତ ଆସିଥିବା କିଛି ସମ୍ପର୍କୀୟ ମେଡ଼ିକାଲରେ ଭଙ୍ଗାରୁଜା କରିଥିଲେ।

ଏଥିସହ ମେଡ଼ିକାଲର ସମସ୍ତ ପ୍ରବେଶ ଦ୍ୱାରକୁ ତାଲା ପକାଇ ଦେଇଥିଲେ। ଫଳରେ ଶନିବାର ସକାଳୁ ମେଡିକାଲ ଭିତରକୁ କୌଣସି ଡାକ୍ତର କିମ୍ବା ରୋଗୀ ଯାଇପାରୁନାହାନ୍ତି। ଫଳରେ ରୋଗୀ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଫଳରେ ଡାକ୍ତରଖାନା ବାହାରେ ଥିବା ଟିକା କରଣ ରୁମରେ ଅସ୍ଥାୟୀଭାବେ ରୋଗୀ ସେବା ଚାଲିଛି। ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ମେଡ଼ିକାଲ ତାଲା ଖୋଲିବାରେ ସକ୍ଷମ ହୋଇନାହିଁ।