ଏସସିବି ଛାତରୁ ଡେଇଁ ରୋଗୀ ମୃତ

କଟକ,ଏନ୍ଏନ୍ଏସ୍: କଟକ ବଡ଼ମେଡ଼ିକାଲ(ଏସସିବି)ର ନୂଆ ନିରାସ୍ରୟ ବିଭାଗର ୩ତାଲା ବିଲ୍ଡିଂରୁ ଶନିବାର ଜଣେ ରୋଗୀ ଗ୍ରୀଲ ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ୱାର୍ଡରେ ଅଟେଣ୍ଡାଣ୍ଟ ଥିବାରୁ କିପରି ଏଭଳି ଅଭାବନୀୟ ଘଟଣା ଘଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ମୃତକ ଜଣଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କର ମାନସିକ ବିକୃତ ଥିବା ଜଣାଯାଇଛି।