ଚିକିତ୍ସା ଅଭାବରୁ ରୋଗୀର ମୄତ୍ୟୁ , ମେଡିକାଲରେ ଉତ୍ତେଜନା

ରୟଗଡା,ଏନ୍ଏନ୍ଏସ୍: ରାଜ୍ୟରରେ ଚିକିତ୍ସା ସୁବିଧା ଯୋଗାଇଦଦେବା ଲାଗି ‘ମୋ ସରକାର’ ଆରମ୍ଭ ହୋଇଥିବାବେଳେ ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୄତ୍ୟୁକୁ ନେଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ପ୍ରକାଶ ପାଇଛି । ଶ୍ୱାସରୁଦ୍ଧ ହୋଇ ଚିକତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଠିକ ସମୟରେ ଇସିଜି କରାନଯିବା ଯୋଗୁଁ ମୄତ୍ୟୁ ଘଟିଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ମନେ ହସ୍ପିଟାରରେ ପାଟିତୁଣ୍ଡ କରିଛନ୍ତି। ଶେଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତେକ୍ତ ଲୋକଙ୍କୁ ବିଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଆଜି ସକାଳ ୧୦ଟା ବେଳେ ରାୟଗଡ଼ା ସହରର ରଶ୍ମି ରଞ୍ଜନ ଖଟୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଛାତି ବଥା ହୋଇ ଶ୍ୱାସ ପ୍ରସାସରେ କଷ୍ଟ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା କରିବା ଡାକ୍ତର ତାଙ୍କୁ ଇସିଜି କରିବା ପାଇଁ କହିଥିଲେ । ହେଲେ ଇସିଜି ଦାୟିତ୍ୱରେ ଥିବା କର୍ମଚାରୀ ଦିନ ୨ଟା ବେଳେ ଇସିଜି ହବ ବୋଲି କହିଥିଲେ ।

ତେବେ ଏନେଇ ରୋଗୀ ସମ୍ପର୍କୀୟ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କିଛି କରା ଜୈନଥିବା ବେଳେ ଦିନ ପ୍ରାୟ ୧ଟା ସମୟରେ ରୋଗୀର ମୃତ୍ୟୁ ଘଟିଥିଲା । ଏଖବର ପାଇ ରୋଗୀଙ୍କ ସମ୍ପର୍କୀୟ ଓ ସାଙ୍ଗସାଥି ମନେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଖବର ପାଇ ପୋଲିସ ପହଂଚିବା ସହ ଦୁଇଜଣ ହସ୍ପିଟାଲ କର୍ମଚାରଙ୍କୁ ଅଟକ ରଖିଛି ।