ଅଧାବାଟରେ ଆମ୍ବୁଲାନ୍ସ ପନଚର୍, ଆଖି ବୁଜିଲେ ରୋଗୀ

ରାୟଗଡା,ଏନ୍ଏନ୍ଏସ୍: ଆମ୍ବୁଲାନ୍ସ ସେବା ଫେଲ ହେବାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ଗାଁ ଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ କଲ୍ୟାଣସିଂହପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ବେଳେ ୪ କିମି ପୂର୍ବରୁ ଟାୟାର ପନଚର୍ ହେବା ଯୋଗୁଁ ପ୍ରାୟ ୧ ଘଣ୍ଟା ବିଳମ୍ବରେ ମେଡ଼ିକାଲ ପହଞ୍ଚିବାରୁ ମହିଳାଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ ହେଇଛି।

କରାପା ଗାଁର ସମନାଥ ବିଦିକାଙ୍କ ସ୍ତ୍ରୀ କଲ୍ୟାଣୀ ବିଡ଼ିକା ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଁ ବିଳମ୍ବରେ ପହଞ୍ଚିଥିଲା ଓ ମେଡ଼ିକାଲ ପହଞ୍ଚିବାରୁ ଅଧା ବାଟରେ ଟାୟାର ପଞ୍ଚର୍ ହେଇଯାଇଥିଲା। ସେଠାରୁ ଅନ୍ୟ ବ୍ୟବସ୍ଥା କରି ମହିଳାଙ୍କୁ ମେଡ଼ିକାଲ ନେଇବାକୁ କହିଥିଲେ ହେଁ ଆଉ ଗୋଟେ ଆମ୍ବୁଲାନ୍ସ ଆସୁଛି କହି କହି ବିଳମ୍ବ କରିବାରୁ ମହିଳାଙ୍କ ମୃତ୍ୟୁ ହେଇଯାଇଛି ବୋଲି ମୃତ ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି।

ଯଦି ୧ ଘଣ୍ଟା ପୂର୍ବରୁ ମେଡ଼ିକାଲରେ ପହଞ୍ଚି ଥିଲେ ପ୍ରାୟ ଭଲ ହେଇଯାନ୍ତା ମହିଳାଙ୍କର ଝାଡା ବାନ୍ତି ହେଇଥିଲା ବୋଲି ଡାକ୍ତର ଦୀପକ କୁମାର ନାୟକ କହିଛନ୍ତି। ବର୍ତ୍ତମାନ ମେଡ଼ିକାଲରେ ସାମାନ୍ୟ ଉତ୍ତେଜନା ରହିଥିବାବେଳେ ସ୍ଥାନୀୟ ପୋଲିସ ପହଞ୍ଚିଛି। ଏପଟେ ଏହି ଘଟଣାକୁ ଗୁରୁତର ସହିତ ନେଇଛି ସ୍ବାସ୍ଥ୍ୟ ବିଭାଗ । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିବାପରେ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡା ସିଡିଏମଓ ଆର୍ତ୍ତବନ୍ଧୁ ନାୟକ ।