ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା

ମୟୁରଭଞ୍ଜ,ଏନ୍ଏନ୍ଏସ୍: କରଞ୍ଜିଆ ଉପକଣ୍ଠ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ସୂଚନା ଅନୁଯାୟୀ ୫ନଂୱାର୍ଡର ଜଣେ ମହିଳା ୨ଦିନ ତଳେ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। କିନ୍ତୁ ଡାକ୍ତର ଗୁରୁତ୍ୱ ନଦେଇ ତାଙ୍କୁ ଘରକୁ ଫେରାଇଦେଇଥିଲେ

ତେବେ ସୋମବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପୁଣି ସେ ହସ୍ପିଟାଲକୁ ଆସିଥିଲେ। ହସ୍ପିଟାଲ ଆସିବାର କିଛିସମୟ ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏ ନେଇ ପରିବାର ଲୋକେ ଚିକିତ୍ସାରେ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଡାକ୍ତର ଓ ପରିବାର ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କମିଥିବା ଦେଖାଯାଇଛି।