୧୦କିମି ଭାରରେ ବୁହାହେଲେ ରୋଗୀ

ଭବାନୀପାଟଣା,ଏନ୍ଏନ୍ଏସ୍ : କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ରୋଗୀକୁ ୧୦କିମି ଭାରରେ ବୁହା ହେବା ଘଟଣା ଲୋକଲୋଚନକୁ ଆସିଛି। ଜିଲ୍ଲା ଏମ୍ ରାମପୁର ବ୍ଲକ୍ର ମାଣିକେରା ଗ୍ରାମପଞ୍ଚାୟତର ବାଡ଼ାପଦର ଗାଁର ପାଉଲ ନାଏକଙ୍କ ସ୍ତ୍ରୀ ସୁରତି ନାଏକଙ୍କୁ ଜ୍ୱର ହେବାରୁ ତାଙ୍କୁ ଏମ୍ରାମପୁର ଡାକ୍ତରଖାନା ଆଣିବାକୁ ପଡ଼ିଥିଲା। ହେଲେ ରାସ୍ତା ନଥିବାରୁ ତାଙ୍କୁ ଗାଁ ଲୋକେ ଏକ ଭାରରେ ଗାଁରୁ ମାର୍ଦ୍ଧାଯୋର ପର୍ଯ୍ୟନ୍ତ ୧୦ କିମି ଭାରରେ ବୋହି ଆଣିଥିଲେ। ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମ୍ ରାମପୁର ଡାକ୍ତରଖାନାକୁ ନେଇଥିଲେ। ଏହି ଦୁର୍ଗମ ଅଞ୍ଚଳରେ ରାସ୍ତା ନଥିବାରୁ ବିଭିନ୍ନ ସମୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି।