‘ପତି ପତ୍ନୀ ଔର୍‍ ୱୋ’ର ଟ୍ରେଲର ଆଉଟ

ମୁମ୍ବଇ: କାର୍ତ୍ତିକ ଆର୍ୟ୍ୟନଙ୍କ ଆଗାମୀ ଚଳଚ୍ଚିତ୍ର ‘ପତି ପତ୍ନୀ ଔର୍‍ ୱୋ’ର ଟ୍ରେଲର ରିଲିଜ୍‍ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲରଟି ଖୁବ୍‍ ଭାଇରାଲ୍‍ ହୋଇଥିବାବେଳେ ଏହାକୁ ଦେଖିବା ପାଇଁ ଦଶଁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ସେହିପରି ଏଥିରେ ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେ ଦିରୋଇନର ଭୁମିକାରେ ଅଛନ୍ତି। ଏହା ଏକ ରୋମାଣ୍ଟିକ୍‍-କମେଡ଼ି ଭିତ୍ତିକ ଚଳଚ୍ଚିତ୍ର। ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ସଞ୍ଜୀବ କପୁର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର୍‍ଙ୍କ ଅଭିନୀତ ‘ପତି ପତ୍ନୀ ଔର୍‍ ୱୋ’ର ଏହା ହେଉଛି ରିମେକ୍‍।

ଟ୍ରେଲରକୁ ପ୍ରଶଂସା ତୁଳନାରେ ଅଧିକ ନକରାତ୍ମକ ପତିକ୍ରିୟା ମିଳିଛି। କିଛି ଲୋକ ଟ୍ରେଲରକୁ ପସନ୍ଦ କରିବା ସହ କାର୍ତ୍ତିକ ଓ ଅପାରଶକ୍ତି ଖୁରାନାଙ୍କ ଅଭିନୟର ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ମୁଦ୍ଦସର୍‍ ଅଜିଜ୍‍ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୬ ତାରିଖରେ ମୁକ୍ତିଲାଭ କରିବ।