ପରିବା ହାଟରେ ଚଢ଼ଉ: ୪୧୦୦ ଟଙ୍କା ଜୋରିମାନା ଆଦାୟ

ପାଟଣା, ଏନ୍ଏନ୍ଏସ୍: ଲକଡାଉନ ସମୟରେ ଦୋକାନ ଖୋଲି ତଣ୍ଡ ଗଣିଛନ୍ତି ପରିବା ଦୋକାନୀ। ସୂଚନା ଅନୁସାରେ, ଆଜି ଅପରାହ୍ଣରେ ପାଟଣା ପରିବା ବଜାରରେ କୋଭିଡ଼ କଟକଣା ନ ମାନି ଦୋକାନ ଖୋଲି ୯ ଦୋକାନୀ ୪ ୧୦୦ ଟଙ୍କା ତଣ୍ଡ ଗଣିଛନ୍ତି। ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ, ଏଏସଆଇ ଭାଗୀରଥୀ ସେଠୀ ପ୍ରମୁଖ ଚଢ଼ଉ କରି ୯ ଦୋକାନୀଙ୍କ ଠାରୁ ଏହି ଜୋରିମାନା ଆଦାୟ କରିଛନ୍ତି।