ଟ୍ରାଞ୍ଜିଟ ପାସକୁ ଟ୍ୟାମ୍ପରିଂ କରି ବାଲି ଚୋରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ଉ

ପାଟଣା,ଏନ୍ଏନ୍ଏସ୍:ବାଲି ଚୋରା ଚାଲାଣ ହେଉଥିବାବେଳେ ପାଟଣା ତହସିଲର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ଉ କରି ରାଜନଗର ନିକଟରୁ ଦୁଇଟି ବାଲି ବୋଝେଇ ହାଇୱା ଗାଡିରୁ ୬୧,୧୨୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଟ୍ରାଞ୍ଜିଟ ପାସକୁ ଟ୍ୟାମ୍ପରିଂ କରି ବେଆଇନ ବାଲି ଚୋରାଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ତରଫରୁ ଚଢ଼ଉ କରି ଦୁଇଟି ହାଇୱା ଗାଡି ଜବତ କରିଥିଲେ। ଏହି ଚଢ଼ଉରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସମେତ ରମାକାନ୍ତ ମହାନ୍ତ, ପାଟଣା ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ, ରାଜନଗର ରାଜସ୍ୱ ନିରୀକ୍ଷକ ଭବାନୀଶଙ୍କର ରାଉତରାୟ ପ୍ରମୁଖ ସାମିଲ ଥିଲେ।