ଚୋରା ବାଲି ଟ୍ରାକ୍ଟର ଜବତ : ଡ୍ରାଇଭରକୁ ଛାଡିଦେଲା ବନ ବିଭାଗ !

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ସେକ୍ସନ ଅନ୍ତର୍ଗତ ଖଡ଼ିକାପଦା ପଞ୍ଚାୟତର ପୁରୁଣାପାଣି ସଂରକ୍ଷିତ ଜଙ୍ଗଲରୁ ବାଲି ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଫରେଷ୍ଟ ଗାର୍ଡ ରୂପଶ୍ରୀ ସାହୁ ଏବଂ ନିରୂପମା ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି ବାଲି ଟ୍ରାକ୍ଟର ଜବତ କରିଛନ୍ତି। ଜବତ ଟ୍ରାକ୍ଟରକୁ ପାଟଣା ରେଞ୍ଜ ଅଫିସକୁ ହସ୍ତାନ୍ତର କରାଯାଇଛି। ହେଲେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ। ତେବେ ଟ୍ରାକ୍ଟର ଜବତ ହୋଇଥିବାବେଳେ ଡ୍ରାଇଭର କିପରି ଧରାପଡ଼ିଲା ନାହିଁ ସେନେଇ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରଶ୍ନ ଉଠିଛି। ବନ ବିଭାଗ ଡ୍ରାଇଭରକୁ ଜାଣି ଶୁଣି ଛାଡିଦେଇ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନା ଥାଉକି, ରାଜ୍ୟରେ କରୋନା ସଂକ୍ରମଣକୁ ବ୍ରେକ୍ ଦେବାପାଇଁ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ବାଲିଗାଡି ଧରି ଫୋଟ ପୋଜ ଦେଉଥିବାବେଳେ ବନ କର୍ମଚାରୀ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଛି।