ଗଛ କଟାକୁ ନେଇ ଦୁଇ ସାହି ମଧ୍ୟରେ ବିବାଦ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍ ଭାଲୁଘର ଗ୍ରାମ୍ୟ ଜଙ୍ଗଲରେ ଗଛକଟାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ମଲ୍ଲୀପଶି ଗ୍ରାମବାସୀଙ୍କ ଦ୍ୱାରା ଲଗା ଯାଇଥିବା ୟୁକଲପଟାସ ଗଛ ଗୁଡିକୁ ତଞ୍ଚକତା କରି ଭାଲୁଘର ଗ୍ରାମର ରବି ମହାନ୍ତ, ତାଙ୍କ ପୁଅ ଦିଲ୍ଲୀପ ଓ ଦୀପକ ମିଶି କାଟି ପକାଇବା ନେଇ ମଙ୍ଗଳବାର କୃଷ୍ଣପୁର ସାହିର ପ୍ରହଲ୍ଲାଦ ମହାନ୍ତ, ବସନ୍ତ ମହାନ୍ତ, ଛବିଳ ମହାନ୍ତ,ସୁବର୍ଣ୍ଣ ମହାନ୍ତ ଓ ଯୋଗେଶ୍ୱର ନାଏକ ପ୍ରମୁଖ କେନ୍ଦୁଝର ଡିଏଫଓ ସ୍ୱୟଂ ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଅଭିଯୋଗ ଅନୁଯାୟୀ, ୧୯୯୫ ମସିହାରେ ଉକ୍ତ ଗ୍ରାମ୍ୟ ଜଙ୍ଗଲରେ ଗ୍ରାମବାସୀଙ୍କ ତରଫରୁ ବନୀକରଣ କରାଯାଇଥିଲା। ପାନୀୟ ଜଳ ଯୋଗାଣ ପାଇଁ ରାସ୍ତା ପାର୍ଶ୍ୱରେ ଥିବା ୟୁକାଲପଟାସ ଗଛକୁ କାଟିବା ର ଆବଶ୍ୟକତା ପଡିବାରୁ ପ୍ରଥମେ ସ୍ଥାନୀୟ ସରପଞ୍ଚ ଙ୍କ ଉପସ୍ଥିତିରେ ରେଞ୍ଜ କାର୍ଯ୍ୟାଳୟକୁ ପତ୍ର ଲେଖି ଗଛ କାଟିବା ପାଇଁ ଅନୁମତି ଅଣା ଯାଇଥିଲା ବୋଲି ଗଛ କାଟୁଥିବା ବ୍ୟକ୍ତି ପ୍ରକାଶ ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗଛ କଟିବାକୁ ନେଇ ଯେଉଁ ଦରଖାସ୍ତ ରେଞ୍ଜ କାର୍ଯ୍ୟାଳୟରେ ଦିଆ ଯାଇଥିଲା ସେ କାଗଜରେ ତଞ୍ଚକତା କରାଯାଇଥିଲା। ଏଣୁ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ।