ମା’ ଭାଈକୁ ଅଧିକ ଦୁଇ ପିସ୍ ମାଂସ ଦେଇଦେବାରୁ ଆତ୍ମହତ୍ୟା କଲେ ଭଉଣୀ

ପାଟଣା, ଏନ୍ଏନ୍ଏସ୍: ଦୁନିଆରେ ଭାଈ ଓ ଭଉଣୀର ସମ୍ପର୍କ ସବୁଠାରୁ ପବିତ୍ର। ସ୍ନେହ ଓ ମମତାରେ ବନ୍ଧାହୋଇଥାଏ ଏହି ସମ୍ପର୍କ। ବେଳେବେଳେ ଟିକେ ବୁଝାମଣାର ଅଭାବ ଯୋଗୁଁ ସମ୍ପର୍କ ସବୁଦିନ ପାଇଁ ତୁଟି ଯାଏ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ଼ ପାଟଣା ଗ୍ରାମରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଖାଇବା ବେଳେ ଭାଈମାନଙ୍କୁ ମା’ ଅଧିକ ଦୁଇ ପିସ୍ ମାଂସ ଦେଇଦେବାରୁ ରାଗରେ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଛନ୍ତି ଭଉଣୀ। ମୃତକ ହେଲେ ଗ୍ରାମର ପ୍ରଭାକର ନାଏକଙ୍କ ଝିଅ କୁନି ନାଏକ।
ସୂଚନା ଅନୁସାରେ ପ୍ରଭାକରଙ୍କ ୪ ପୁଅ ୩ ଝିଅ ଥିଲେ। ଆଜି ଘରେ କୁକୁଡ଼ା ମାଂସ ହୋଇଥିଲା। ହସ ଖୁସିରେ ସମସ୍ତେ ଖାଇଥିଲେ। ହେଲେ ମା’ ଭାଇମାନଙ୍କୁ ଅଧିକ ଦୁଇ ପିସ୍ ମାଂସ ଦେଇଦେବାରୁ ରାଗରେ ସାନ ଭଉଣୀ ଆତ୍ମହତ୍ୟା କରିଥିବା ପାଟଣା ପୁଲିସ ପକ୍ଷରୁ ସୂଚନା ମିଳିଛ।ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏସଆଇ ରଣଜିତ କୁମାର ପଟ୍ଟନାୟକ ଘଟଣାର ତଦନ୍ତ କରୁଛନ୍ତି।