ଜୋରଦାର ଚେକିଂ, ୩ ଲକ୍ଷ ୭୨ ହଜାର ଜୋରିମାନା ଆଦାୟ

ପାଟଣା,ଏନ୍ଏନ୍ଏସ୍: ସଡ଼କ ପରିବହନ ଆଇନ ଲାଗୁହେବାପରେ କେନ୍ଦୁଝର ଜିଲ୍ଲାରେ ପୁଲିସ ଓ ପରିବହନ ବିଭାଗପକ୍ଷରୁ ଯାନବାହନ ଯାଞ୍ଚ ଜୋରଦାର ଚାଲିଛି। ଗୁରୁବାର ପାଟଣା ଥାନା ଦେଇ ଯାଇଥିବା ୨୨୦ ରାଞ୍ଚି ବିଜୟୱାଡ଼ା ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ଗାଡି ଚେକିଂ କରାଯାଇଥିଲା। ଏଥିରେ ଅମାନିଆଙ୍କ ଠାରୁ ୩ ଲକ୍ଷ ୭୨ ହଜାର ୭୬୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଉକ୍ତ ଯାଞ୍ଚବେଳେ ପାଟଣା ଥାନା ଅଧିକାରୀ ଶୋମନାଥ ଜେନା, ଏସଆଇ ଅରୁପ କୁମାର ସାମଲ, ସହକାରୀ ଏମଭି, ଆଇ ରମେଶ ଚନ୍ଦ୍ର ପଣ୍ଡା, ଜୁନିୟର ଏମଭି, ଆଇ କାହ୍ନୁଚରଣ ବାନାରା ପ୍ରମୁଖ ଉପସ୍ଥିତ ଥିଲେ। ମୋଟ ୪୪ ଟି ଗାଡି ଚେକିଂ କରାଯାଇ ଚାଲାଣ କଟାଯାଇଥିବା ବେଳେ ଦୁଇଟି ଟ୍ରାକ୍ଟରକୁ ଜବତ କରାଯାଇ ପାଟଣା ଥାନାରେ ଅଟକ ରଖାଯାଇଛି।