ପାଟଣା ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ଆଜି ହେବ ଉପନିର୍ବାଚନ

ପାଟଣ,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ବୁଧବାର ଉପନିର୍ବାଚନ ବ୍ଲକ୍ ସଭାଗୃହରେ ଅନୁଷ୍ଠିତ ହେଉଛି। ବ୍ଲକଟି ୨୦ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିଲେ ହେଁ ପୂର୍ବରୁ କଣ୍ଟିଆପଡ଼ା ସମିତିସଭ୍ୟ ଜଗନ୍ନାଥ ନାୟକ ବିଧାୟକ ପରେ ବ୍ଲକ୍ ଅଧକ୍ଷ ପଦରେ ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା ରହିଥିଲେ।

ତେବେ ନିର୍ବାଚନ ଅଧିକାରୀ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ପରେ ବ୍ଲକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗତଥର ଭଳି ବିଜେଡି ଏହି ପଦବୀ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛି। ବିଜେଡିର ଚିନାମାଳିପଶି ସମିତି ସଭ୍ୟ ବିଶ୍ୱନାଥ ନାୟକ ଏହି ପଦବୀ ପାଇଁ ପ୍ରଥମ ଦାବିଦାର ବୋଲି ଆଲୋଚନା ହେଉଛି। ସଂଖ୍ୟା ଗରିଷ୍ଠ ସମିତି ସଭ୍ୟଙ୍କର ତାଙ୍କୁ ସମର୍ଥ କରୁଥିବା ସୂଚନା ମିଳିଛି। ଯଦି ଏକାଧିକ ପାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ତେବେ ମତଦାନ ଅନୁଷ୍ଠିତ ହେବବୋଲି ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ କହିଛନ୍ତି।

ପାଟଣା ବ୍ଲକର ମୋଟ ୨୦ଟି ପଞ୍ଚାୟତ ହୋଇଥିବା ବେଳେ କଣ୍ଟିଆପଡା ପଞ୍ଚାୟତର ସମିତିସଭ୍ୟ ପଦବୀ ଖାଲି ଥିବାରୁ ମୋଟ ୧୯ ଜଣ ସମିତିସଭ୍ୟ ମତଦାନ ପକ୍ରିୟାରେ ଅଂଶ ଗ୍ରହଣ କରିବେ। ପାଟଣା ବ୍ଲକର ସମିତିସଭ୍ୟମାନେ ମୁଖ୍ୟତଃ ବିଜେଡି ଓ ସନାସେନାର ହୋଇଥିବାରୁ ଆସନଟି ବିଜେଡି ସପକ୍ଷରେ ଯିବ ବୋଲି ସ୍ପଷ୍ଟ ସୂଚନା ମିଳିଛି। ଶାନ୍ତି ଶୃଙ୍ଖଳାରକ୍ଷା ପାଇଁ ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲିକ, ପାଟଣା ଥାନା ଅଧିକାରିଣୀ ସନ୍ଧୟାରାଣୀ ଜେନା ଓ ତୁରୁମୁଙ୍ଗା ପୁଲିସଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ଜଣାପଡ଼ିଛି।