କରୋନା ଯୋଦ୍ଧାଙ୍କ ଘର ଉପରକୁ ଆକ୍ରମଣ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଉଦୟପୁର ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ ବରେନ୍ଦ୍ର କୁମାର ମହନ୍ତ ଗତକାଲି ମଧ୍ୟରାତ୍ରରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, ଏହି ବ୍ଲକ ଗଣ୍ଡବେଡ଼ା ଗ୍ରାମରେ ଗତ ଶନିବାର ଲୋକଙ୍କ ସ୍ୱାବ୍ ଟେଷ୍ଟ ହୋଇଥିଲା। ସୋମବାର ୩୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିବାରୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଗ୍ରାମର ଏତେ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ବିପିଏମଙ୍କ ପୈତୃକ ଘର ସୁଆଗପୁରରେ ପହଞ୍ଚି ଗାଳିଗୁଲଜ କରିବାସହ ଘର ଗ୍ରୀଲ ଭଙ୍ଗାରୁଜା କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ବିରେନ୍ଦ୍ର କବାଟ ଖୋଲି ନଥିଲେ। ଏନେଇ ସେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।