ସାହାରପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ମୃତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ କାର୍ଯ୍ୟରତ ଥିବା ମୃତ ଯୁବ ସାମ୍ବାଦିକ ସ୍ୱର୍ଗତ ରମେଶ ସେନ ମୁଣ୍ଡାଙ୍କର ଏକାଦଶାହ ତିଥି ପାଳନ ଅବସରରେ ସାହାରପଡା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସାହାରପଡା ଠାରେ ଆୟୋଜିତ ଏକ ଶୋକ ପାଳନ ସଭାରେ ଏହି ବ୍ଲକରେ କାର୍ଯ୍ୟରତ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସଂଘର ଉପଦେଷ୍ଠା ଶିବାଜୀ ଗୌତମ ମହାନ୍ତ ବର୍ମା ଏବଂ ଅଜୟ କୁମାର ପ୍ରଧାନ ସ୍ୱର୍ଗତ ମୁଣ୍ଡାଙ୍କର ସ୍ମୃତିଚାରଣ କରିଥିଲେ। ପରିଶେଷରେ ସ୍ୱର୍ଗତ ମୁଣ୍ଡାଙ୍କର ପରମାତ୍ମାଙ୍କ ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ କୁମାର ନାଏକ, ଉପସଭାପତି ଲମ୍ବୋଦର ମହାନ୍ତ, ସମ୍ପାଦକ ରତିରଞ୍ଜନ ମହାନ୍ତ, ଜିତେନ୍ଦ୍ର କୁମାର ସେଠୀ, ଉଗ୍ରସେନ ପୃଷ୍ଟି, ଉତ୍ତମ କୁମାର ଖାଟୁଆ, ନିଶିକାନ୍ତ ବେହେରା,ଦିଲ୍ଲୀପ କୁମାର ମହାନ୍ତ ଏବଂ ଦୁଷ୍ମନ୍ତ ତରେଇ ଉପସ୍ଥିତ ଥାଇ ସ୍ୱର୍ଗତ ମୁଣ୍ଡାଙ୍କ ଅକାଳ ବିୟୋଗରେ ଶୋକ ବ୍ୟକ୍ତ କରିଥିଲେ ।