ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନେଉଳିପଶି ଗ୍ରାମରେ ବିଳମ୍ବିତ ରାତିରେ ଧାନଖଳାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାଫଳରେ ଅମଳ ପାଇଁ ରଖାଯାଇଥିବା ଶହଶହ ଧାନ ବିଡ଼ା ଜଳିପୋଡି ନଷ୍ଟ ହୋଇଯାଇଛି। ଗ୍ରାମର ଗଣେଶ୍ୱର ମହାନ୍ତ ଓ ସୁବାସ ଚନ୍ଦ୍ର ମହାନ୍ତଙ୍କ ଶହଶହ ଧାନ ବିଡା ପୋଡି ନଷ୍ଟ ହୋଇଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।