ଭୁବନେଶ୍ୱର,ଏନ୍ଏନ୍ଏସ୍: କମ୍ ସମୟରେ ହେବ ପାସପୋର୍ଟ ଭେରିଫିକେସନ। ଅତିକମରେ ୪ଦିନ ଭିତରେ ପାସ୍ପୋର୍ଟ ଯାଞ୍ଚ ହୋଇପାରିବ ବୋଲି ଓଡିଶା ପୁଲିସ ପକ୍ଷରୁ ସୂଚନା ମିଳିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ପୁଲିସ ମାତ୍ର ୪ ଦିନରେ ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା ଶେଷ କରିଛି। ଦେଶରେ ତ୍ବରିତ ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା କରିବାରେ ରାଜ୍ୟ ବେଶ ସଫଳତା ହାସଲ କରିଛି। ୫ଟି ଅଧିନରେ ଏହା ଅନ୍ତର୍ଭୁକ୍ତ। ସବୁ ଥାନାକୁ ଟାବଲେଟ୍ ବଣ୍ଟନ କରାଯିବା ସହ ସ୍ବତନ୍ତ୍ର ଆପ୍ ଇନଷ୍ଟଲ ହୋଇଛି। ଏହି ଆପ୍ ବ୍ୟତୀତ ସ୍ପେଶାଲ୍ ବ୍ରାଞ୍ଚ ଅଧିକ ସ୍ପଷ୍ଟ ଭାବେ ଭେରିଫିକେସନ୍ ଯାଞ୍ଚକୁ ଗାଇଡ୍ କରିବା ସହ ମନିଟରିଂ କରିବା ଆରମ୍ଭ କରିଦେଇଛି।
ତେବେ ଅଗଷ୍ଟରେ ପାସପୋର୍ଟ ଯାଞ୍ଚ ପାଇଁ ୬ଦିନ ଲାଗୁଥିଲା। କିନ୍ତୁ ସେପ୍ଟେମ୍ବର ମାସର ପ୍ରଥମ ୧୫ ଦିନ ବେଳକୁ ପାସପୋର୍ଟ ଭେରିଫିକେସନ ପାଇଁ ଓଡ଼ିଶା ପୁଲିସକୁ ୪ଦିନ ଲାଗିଥିଲା। ଏନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି।ଏଭଳି କାର୍ଯ୍ୟ ପାଇଁ ଥାନା ସ୍ତରରେ ପୁଲିସ କର୍ମଚାରୀ ଓ ଜିଲ୍ଲା ସ୍ତରରେ ଏସଏସପି ଓ ସ୍ପେଶାଲ ବ୍ରାଞ୍ଚକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି।
ତେବେ ପୂର୍ବରୁ ୨୦୧୮ ଓ ୧୯ ମସିହାରେ ପାସପୋର୍ଟ ଯାଞ୍ଚ ପାଇଁ ୨୬ ଦିନ ସମୟ ଲାଗୁଥିଲା। ପରେ ୨୦୨୦ରେ କରୋନା ଯୋଗୁଁ ଏଥିପାଇଁ ୩୬ ଦିନ ସମୟ ଲାଗୁଥିଲା।