ଆସନ୍ତା କାଲିଠୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ ସେବା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା କାଲିଠାରୁ ପର୍ଯ୍ୟାୟ କ୍ରମେ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ କରାଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଆଜି ଅପରାହ୍ଣ ୪ଟା ପରଠାରୁ ଆଇଆରସିଟିସି ୱେବସାଇଟରେ ଅନଲାଇନ ମାଧ୍ୟମରେ ଟିକେଟ ବିକ୍ରି ହେବ। ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ ଚାଲିବ। ରାଜଧାନୀ ଦିଲ୍ଲୀରୁ ଦେଶର ୧୫ଟି ରାଜ୍ୟକୁ ଏହି ଟ୍ରେନ ଯାତ୍ରା କରିବ।

ଏହି ସମୟରେ ଭୁବନେଶ୍ୱର, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ହାୱଡା, ରାଞ୍ଚି, ବିଳାସପୁର, ପାଟନା, ସିକନ୍ଦରାବାଦ, ଦିବ୍ରୁଗଡ଼, ଅଗ୍ରତାଲା, ଥିରୁଅନନ୍ତପୁରମ ଓ ଜମ୍ମୁର ତାୱି ଅଞ୍ଚଳକୁ ଚାଲିବ। ସେହିପରି ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଏଥିସହ ଷ୍ଟେସନମାନଙ୍କରେ ଯାତ୍ରୀଙ୍କ ସ୍କ୍ରିନିଂ ସହିତ କେବଳ କରୋନା ଲକ୍ଷଣ ଥିବା ଲୋକେ ହିଁ ଟ୍ରେନରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ତେବେ ଏହି ଟ୍ରେନ ଗୁଡ଼ିକର ସମୟସୀମା ପରବର୍ତ୍ତୀ ପର୍ଯ୍ୟୟରେ ନିର୍ଦ୍ଧାରିତ ହେବ ବୋଲି କୁହାଯାଇଛି।