ପରଭେଜ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ

ଇସଲାମବାଦ୍: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଭ୍ରଷ୍ଟାଚାର ଓ ରାଜଦ୍ରୋହ ମାମଲାରେ ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡ ଦେଇଛନ୍ତି। ତେବେ ବିଭିନ୍ନ ଦେଶ ଆର୍ଥିକ ହରିଲୁଟକୁ ନେଇ ତାଙ୍କ ନାମରେ ବହୁ ଅଭିଯୋଗ ହୋଇଥିଲା। ୨୦୦୭ରେ ମୁଶାରଫ ଦେଶରେ ଇର୍ମନଜେନ୍ସି ଜାରି କରିଥିଲେ। ଏନେଇ ତାଙ୍କ ନମରେ ମାମଲା ହୋଇଥିଲା। କିନ୍ତୁ ଆଗରୁ ମୁଶାରଫ୍ ଗଣମାଧ୍ୟମରେ କହିଥିଲେ ଯେ, ମୋ ଉପରେ ରାଜନୈତିକ ଆକ୍ରୋଶ ରଖାଯାଇ ଏପରି କରାଯାଇଛି।

ସବୁଠାରୁ ବଡ କଥା ହେଲା, ମୁଶାରଫ ବର୍ତ୍ତମାନ ବିଦେଶରେ ରହୁଛନ୍ତି, ତାଙ୍କୁ ପାକିସ୍ତାନକୁ ଆଣିବା ଚ୍ୟାଲେଞ୍ଜ ହେବ ବୋଲି ଜଣାପଡିଛି।