୧୯ରୁ ସଂସଦର ମୌସୁମୀ ଅଧିବେଶନ

  • ନୂଆଦିଲ୍ଲୀ: ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବ ଓ ପୂରା ଅଧିବେଶନରେ ୨୦ଟି କାର୍ଯ୍ୟ ଦିବସ ରହିବ। ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୩ୟ ସପ୍ତାହରେ ଆରମ୍ଭ ହୋଇଥାଏ ଓ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ। ମହାମାରୀ ସମୟ ମଧ୍ୟରେ ଚଳିତ ବର୍ଷ ମୌସୁମୀ ଅଧିବେଶନ ବି ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହେବ। ଅଧିବେଶନ ବେଳେ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରାଯିବ।