ଆସନ୍ତା ୧୮ରୁ ସଂସଦର ବିଶେଷ ଅଧିବେସନ

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେସନ ସେପ୍ଟେମ୍ବର ୧୮ରୁ ୨୨ ମଧ୍ୟରେ ଅନୁଷ୍ଠିତ ହେବ । ଏନେଇ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ୫ଟି ବୈଠକରେ ୧୦ରୁ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ବିଲ ଆଗତ କରାଯିବ ।

ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେସନ ଜୁଲାଇ ୨୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ମଣିପୁର ହିଂସାକୁ ନେଇ ଉଭୟ ସଦନରେ ଜୋରଦାର ହଙ୍ଗାମା ହୋଇଥିଲା । ମଣିପୁର ହିଂସା ପ୍ରସଙ୍ଗରେ ସଦନରେ ଚର୍ଚ୍ଚା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ଦାବୀ କରି ବିରୋଧୀ ହଙ୍ଗାମା କରିଥିଲେ ।