ପରୀ ହତ୍ୟା ମାମଲା, ଏସପିଙ୍କୁ ସମନ

ନୟାଗଡ଼, ଏନ୍ଏନ୍ଏସ୍ : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଘଟଣାରେ ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ସମନ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିଆରସିପି) । ଉଭୟଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ନଭେମ୍ବର ୩୦ ତାରିଖରେ ଜାତୀୟ ଶିଶୁ ଅଧିକାର ଆୟୋଗ ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପରୀ ମାମଲା ସମ୍ପୂର୍ଣ୍ଣ ବିବରଣୀ ରିପୋର୍ଟ ମାଗିଥିଲେ । ୧୦ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କିନ୍ତୁ ଏହାରି ଭିତରେ ପୁଣି ଥରେ ନୟାଗଡ ଜିଲ୍ଲାପାଳ ଓ ଏସପିଙ୍କୁ ସମନ ଜାରି ହୋଇଛି।