ସିବିଏସଇର ବଳକା ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ ଅଭିଭାବକ

ନୂଆଦିଲ୍ଲୀ,ଏଜେନ୍ସି: ସିବିଏସଇ ବୋର୍ଡ ପକ୍ଷରୁ ସ୍ଥଗିତ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ଜୁଲାଇ ପହିଲାରୁ ଆରମ୍ଭ କରିବା ପାଇଁ ଘୋଷଣା କରିଥିବା ବେଳେ ଅଭିଭାବକମାନେ ସୁପ୍ରିମକୋର୍ଟରେ ପରୀକ୍ଷା ସ୍ଥଗିତ ପାଇଁ ଆବେଦନ କରିଛନ୍ତି।

ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ମାସରୁ ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କରିଥିବା ବେଳେ ପରୀକ୍ଷା ଗୁଡ଼ିକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ତେବେ ବର୍ତ୍ତମାନ କରୋନା ସ୍ଥିତିକୁ ଲକ୍ଷ କରି ସିବିଏସଇ ବୋର୍ଡ ପକ୍ଷରୁ ଜୁଲାଇ ୧ରୁ ସମସ୍ତ ସ୍ଥଗିତ ରହିଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ କରିବା ପାଇଁ ନୋଟିସ ଜାରି କରିଥିଲା।

କିନ୍ତୁ କରୋନା ଭୂତାଣୁ ଯୋଗୁଁ ପିଲାମାନଙ୍କ ପାଠ ପଢ଼ାରେ ବହୁତ ଅବହେଳା ହୋଇଛନ୍ତି, ତେଣୁ ପରୀକ୍ଷାକୁ ସ୍ଥଗିତ କରାଯାଇ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ମାର୍କ ଅନୁସାରେ ସେମାନଙ୍କୁ ନମ୍ବର ଦୋକୁ ଅଭିଭାବକମାନେ ସୁପ୍ରିମକୋର୍ଟ ଆବେଦନ କରିଛନ୍ତି।