ଓସ୍କାର- ୨୦୨୦: ପାରାସାଇଟକୁ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର

ନୂଆଦିଲ୍ଲୀ.ଏଜେନ୍ସି: ଓସ୍କାର ୨୦୨୦ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ଦକ୍ଷିଣ କୋରିଆ ଚଳଚ୍ଚିତ୍ର ‘ପାରାସାଇଟ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏ ଫିଲ୍ମର ନିର୍ଦ୍ଦେଶକ ବଙ୍ଗ ଜୁନ ହୋ’ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ୟପଟେ ଚଳଚ୍ଚିତ୍ର ଜୋକର ପାଇଁ ଫିନିକ୍ସଙ୍କୁଶ୍ରେଷ୍ଠ ଅଭିନେତା ଓ ବାୟୋପିକ ‘ଜୁଡି’ ପାଇଁ ରିନି ଜେଲଓ୍ବେଗରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ‘ବ୍ରାଡ୍ପିଟ ବେଷ୍ଟ ସପୋର୍ଟିଂ ଅଭିନେତା, ‘ଓ୍ବାନ ଅପନ ଏ ଟାଇମ ଇନ ହଲିଉଡ୍’ ଫିଲ୍ମ ପାଇଁ, ‘ମ୍ୟାରେଜ ଷ୍ଟୋରୀ’ ଫିଲ୍ମ ପାଇଁ ଲୌରାଡର୍ଣ୍ଣ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ପ୍ରଦାନ କରାଯାଇଛି।

ସେହିପରି ଟୟ ଷ୍ଟୋରି ଫିଲ୍ମକୁ ଶ୍ରେଷ୍ଠ ଆନିମେଟେଡ ଚଳଚ୍ଚିତ୍ର ଓ ରକେଟ  ମ୍ୟାନ ଚଳଚ୍ଚିତ୍ରର ‘(ଆଇ– ଆମ- ଗୋନା) ଲଭ ମି ଏଗେନ’ ପାଇଁ ଏଲଟନ ଜନ ଓ ବେରନି ଟାଉପିନଙ୍କୁ ଶ୍ରେଷ୍ଠ ସଙ୍ଗୀତ ପୁରସ୍କାର ପ୍ରଦାନ କରାଯାଇଛି।