ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ୍

ଭାରତର ଦ୍ରୁତତମ ୱିକେଟ କିପର ଭାବେ ୫୦ଜଣଙ୍କୁ ଡିସ୍ମିସାଲ(କ୍ୟାଚ୍+ଷ୍ଟମ୍ପିଂ) କରିବାରେ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡକୁ ଋଷଭ ପନ୍ତ୍ ଭାଙ୍ଗିଦେଇଛନ୍ତି। ଏହି ସଫଳତା ପାଇବାକୁ ଧୋନି ୧୫ଟି ଟେଷ୍ଟର ସହାୟତା ନେଇଥିଲାବେଳେ ପନ୍ତ୍ ୧୧ଟି ଟେଷ୍ଟରେ ଏହାକୁ ପୂରଣ କରିଛନ୍ତି। ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କ୍ରେଗ୍ ବ୍ରେଥୱେଟଙ୍କ କ୍ୟାଚ୍ ଧରି ପନ୍ତ୍ ଏହି ସଫଳତା ପାଇଛନ୍ତି।