ନୂଆଦିଲ୍ଲୀ,ଏଜେନ୍ସି: ଶେଷରେ ପଂଜଶୀର ପ୍ରାନ୍ତକୁ ନିଜ କବଜାରେ ନେଇଛି ତାଲିବାନ। ସେଠାରେ ତାଲିବାନ ତାର ନଜସ୍ୱ ସଂଗଠନର ପତାକା ଉଡ଼ାଇଛି। ମିଳିଥିବା ଦୃଶ୍ୟରେ ଗୋଟିଏ ପଟେ ପଂଜଶୀରରେ ତାଲିବାନ ପତାକା ଉଡ଼ୁଥିବାବେଳେ ଅନ୍ୟପଟେ ତାଲିବାନୀମାନେ ପଂଜଶୀର ଗଭର୍ଣ୍ଣର ଅଫିସ ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଉମରୁଲ୍ଲାହ ସାଲେହଙ୍କ ଜଣେ ନିକଟତମ ବ୍ୟକ୍ତି ତାଲିବାନର ଦାବିକୁ ମିଥ୍ୟା ବୋଲି କହିଛନ୍ତି। ରେଜିଷ୍ଟାନ୍ସ ଫୋର୍ସ ପାହାଡ଼ ଉପରେ ରହି ପଂଜଶୀରର ରକ୍ଷା କରୁଛନ୍ତି। ସେମାନଙ୍କ ଉପରକୁ ପାକିସ୍ତାନ ଏୟାରଫୋର୍ସ ପକ୍ଷରୁ ମଧ୍ୟ ଆକ୍ରମଣ ହେଉଛି ବୋଲି ସେ ଦାବି କରିଛନ୍ତି।
ତାଲିବାନ ପକ୍ଷରୁ ଦାବି କରାଯାଇଛି ଯେ, ସେମାନେ ରେଜିଷ୍ଟାନ୍ସ ଫୋର୍ସ(ନର୍ଦନ ଅଲାୟନ୍ସ)ଙ୍କ ଚିଫ୍ କମାଣ୍ଡର ସାଲେହ ମହମ୍ମଦଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଆଫାଗାନିସ୍ତାନର ପଂଜଶୀର ପ୍ରାନ୍ତକୁୁ ସମ୍ପୂର୍ଣ୍ଣ ରୂପେ ତାଲିବାନ କବଜାକୁ ଆସିସାରିଛି ବୋଲି ତାଲିବାନ ପକ୍ଷରୁ ପ୍ରବକ୍ତା ଜବିହୁଲ୍ଲାହ ମୁଜାଦିହ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୧୫ ଅଗଷ୍ଟାକୁ କାବୁଲ ଉପରେ ବିଜୟ ହାସଲ କରି ପୁରା ଆଫଗାନିସ୍ତାନକୁ ନିଜ ଅକ୍ତି÷ଆରରେ କରିଥିଲା।