ବନବିଭାଗର ଚଢ଼ଉରେ ବଜ୍ରକାପ୍ତା ଉଦ୍ଧାର

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏଥିସହିତ ଜଣଙ୍କୁ ଗିରଫ କରାଯାଇଛି। ଉମରକୋଟ ବ୍ଲକ୍ ପନାର୍ଚ୍ଚୁଆ ଗାଁର ଘାସିଆ ତନ୍ତି ନିଜ ଘରେ ବଜ୍ରକାପ୍ତା ରଖିଥିବା ନେଇ ବନବିଭାଗକୁ ଖବର ମିଳିଥିଲା। ପରେ ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଟିମ ଘାସିଆଙ୍କ ଘରେ ଚଢ଼ଉ କରିଥିଲା। ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଅଭିଯୁକ୍ତ ଜଣଙ୍କ ଶୌଚାଳୟରେ ଲୁଚାଇ ରଖିଥିବା ନବରଙ୍ଗପୁର ଡିଏଫଓ ସୂଚନା ଦେଇଛନ୍ତି।