ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ପଙ୍ଗପାଳ ଜାତୀୟ ଝିଣ୍ଟିକା ପକ୍ଷୀ ଦେଖିବାକୁ ମିଳିଛି। ବାଉଁଶୁଳି ଚମ୍ପୁଆ ରାସ୍ତା କଡରେ ଥିବା ବାରିଆ ରିଜର୍ଭ ଫୋରେଷ୍ଟ ଜଙ୍ଗଲରେ ଏହି ପ୍ରଜାତିର ଝିଣ୍ଟିକା ଦେଖାଯିବାରୁ ଚାଷୀକୂଳରେ ଭୟର ଆତଙ୍କ ଖେଳିଯାଇଛି। ନିକଟରେ ପଙ୍ଗପାଳ ଭାରତ ଆସୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଦେଖିବା ପରେ ଏ ଅଞ୍ଚଳର ଚାଷୀ କୁଳ ଏହି ପ୍ରଜାତିର ଝିଣ୍ଟିକା ଦେଖି ପଙ୍ଗପାଳ ଭୟରେ ଅଛନ୍ତି।
ଏହି ଝିଣ୍ଟିକାଗୁଡିକ ଗଛର ପତ୍ର ଖାଇ ନଷ୍ଟ କରୁଥିବା ବେଳେ ଚାଷ ଜମିକୁ ଗଲେ ଚାଷ ଓ ପନି ପରିବା ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। ତେଣୁ ଖୁବଶୀଘ୍ର କୃଷି ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି।