ମୁଖ୍ୟମନ୍ତ୍ରୀଙ୍କ ଗାଡି ଚଲାଇଲେ ପାଣ୍ଡିଆନ ରାଜ୍ୟ By Nitidin On Aug 15, 2020 Share ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଆଜି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଆସିବା ବେଳେ ୫ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ଚଲାଉଥିବା ଦେଖିବାକୁ ମିଳିଛି। ରାଜ୍ୟ ଇତିହାସରେ କୌଣସି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ ନିମନ୍ତେ ଗାଡ଼ି ଚଳାଇ ସମାବେଶସ୍ଥଳକୁ ଆଣିବା ପ୍ରଥମ ଘଟଣା। ଏଥିରୁ ପରିଲକ୍ଷିତ ହେଉଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକାଳରେ ସାମାଜିକ ଦୂରତ୍ଵକୁ ଯଥେଷ୍ଟ ଗୁରୁତ୍ଵ ଦେଇଛନ୍ତି। ସେହିପରି ଗତ କିଛିମାସ ହେଲା ଅତି ଜରୁରୀ ନ ଥିଲେ ସେ ନବୀନ ନିବାସରୁ ବାହାରି ନାହାନ୍ତି । ତାଙ୍କର ଅଫିସ କାର୍ଯ୍ୟ, କ୍ୟାବିନେଟ୍ ବୈଠକ, ରାଜ୍ୟମନ୍ତ୍ରୀ ପରିଷଦ ବୈଠକ ପ୍ରଭୃତି ନିଜ ବାସଭବନରୁ ଭିଡ଼ିଓ କନଫରେନ୍ସିଂରେ କରୁଛନ୍ତି। Share