କଳାହାଣ୍ଡି ଗସ୍ତର ପ୍ରଥମ ଦିନରେ ପାଣ୍ଡିଆନଙ୍କ ଶୈବପୀଠ ପରିଦର୍ଶନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ୨ ଦିନିଆ କଳାହାଣ୍ଡି ଗସ୍ତ ଅବସରରେ ଆଜି ଭୁବନେଶ୍ୱରରୁ ସିଧା ଉତକେଲା ବିମାନବନ୍ଦରରେ ସକାଳ ୧୦ଟା ୧୦ ସମୟରେ ପହଞ୍ଚିଥିଲେ । ପ୍ରଥମେ ଉତକେଲା ବିମାନବନ୍ଦରର ଉନ୍ନତି ବିମାନ ଆରମ୍ଭ ଉପରେ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ କେସିଙ୍ଗା ବ୍ଲକ ବେଳଖଣ୍ଡି ଐତିହାସିକ ଧବଳେଶ୍ୱର ଶୈବପୀଠରେ ପହଞ୍ଚିଥିଲେ ଏବଂ ପରେ ବେଳଖଣ୍ଡି ଶୈବପୀଠ ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଚଣ୍ଡି ମନ୍ଦିରକୁ ମଧ୍ୟ ଯାଇ ପୂଜାର୍ଚ୍ଚନା କରି ସଭାସ୍ଥଳକୁ ଯାଇଥିଲେ । ଧବଳେଶ୍ୱର ଶିବପୀଠ ଉନ୍ନତି ପାଇଁ ୧୫ ଦିନ ଭିତରେ ଜିଲ୍ଲା ପ୍ରଶାସନ ଏକ ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀ ଅନୁଦାନ ଦେବେ ବୋଲି କହିଥିଲେ । ମହିଳାଙ୍କୁ ବିନା ସୁଧରେ ଋଣ ବିଷୟରେ ପଚାରି ବୁଝିଥିଲେ । ପରେ ଏମ ରାମପୁର ବ୍ଲକର ସନ୍ଦୁଲ ବ୍ୟାରେଜକୁ ଯାଇଥିଲେ । ଏଥିରେ ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀଙ୍କ ସମେତ ପ୍ରଶାସନ ଅଧିକାରୀ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଡିଓ ପ୍ରଫୁଲ୍ଲ କୁମାର ଅଦୁ , ତହସିଲଦାର ଯୋଗେଶ୍ୱର ସାହୁ, ସମସ୍ତ ବ୍ଲକ କର୍ମଚାରୀ ଓ ଏସଏସଜି ଗ୍ରୁପର ମହିଳାଙ୍କ ସମେତ ବହୁ ଜନସାଧାରଣଙ୍କ ସମାଗମ ହୋଇଥିଲା ।