ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଜେଲ ଦଣ୍ଡାଦେଶ

ବାରିପଦା,ଏନ୍ଏନ୍ଏସ୍: ମିଠ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ବାରିପଦା କୁଳିଅଣା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଏସଡିଜେଏମ କୋର୍ଟ । କୁଳିଅଣା ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ନିଜର ପତ୍ନୀ ଓ ୨ ସନ୍ତାନକୁ ନେଇ ସତ୍ୟପାଠ ସତ୍ୟପାଠରେ ଦର୍ଶାଇ ନଥିଲେ। ଏହି ଏଭିଯୋଗରେ ଏସଡିଜେଏମ କୋର୍ଟ ମାମଲାର ଶୁଣାଣି କରି କୃଷ୍ଣଚନ୍ଦ୍ରଙ୍କୁ ୫,୫୦୦ ଟଙ୍କା ଜରିମାନା ସହ ୨ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।