ପଞ୍ଚବଟି ବନରେ ଲାଗିଲା ନିଆଁ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ସହର ନିକଟସ୍ଥ ପଞ୍ଚବଟି ବନରେ ନିଆଁ ଲାଗିଛି। ଫଳରେ ବହୁ ଔଷଧୀୟ ବୃକ୍ଷ ପୋଡି ନଷ୍ଟ ହୋଇଯାଇଛି। ରବିବାର ଅପରାହ୍ଣରେ କୌଣସି କାରଣରୁ ପଞ୍ଚବଟି ବନ ପାଖରେ ଥିବା ଜଙ୍ଗଲରେ ନିଆଁ ଲାଗିଥିଲା । ନିଆଁ କ୍ରମଶଃ ପଞ୍ଚବଟି ବନକୁ ବ୍ୟାପି ନିମିଷକେ ମଧ୍ୟରେ ପଞ୍ଚବଟି ବନର ପ୍ରାୟ ଦେଢ଼ ଏକର ଜଳିଯାଇଛି। ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ମଗରଧନଜୀ ରାଓଶୋ କହିଛନ୍ତି । ଅଗ୍ନିଶମ ବାହିନୀ ଘଟମାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଭାରତ କର, ମିଥୁନ ନାହାକ, ମୋହନ ବେହେରା, ଦିଲ୍ଲୀପ ଶବର, ରଞ୍ଜନ ପାଣ୍ଡେ ପ୍ରମୁଖ ନିୟୋଜିତ ହୋଇଥିଲେ।