ପାଲଲହଡ଼ା ବିଧାୟକ କରୋନା ପଜିଟିଭ୍

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ଆଜି କରୋନା ଆକ୍ରାନ୍ତ ହୋଇଥିବା ନିଜ ଟୁଇଟ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ କୋଭିଡ୍ ପରୀକ୍ଷା କରିବାକୁ ସେ ଅନୁରୋଧ କରିବା ସହ ନିଜ ବାସଭବନରେ ସଙ୍ଗରୋଧରେ ଥିବା ଲେଖିଛନ୍ତି। ଏହି ଖବର ଜଣାପଡ଼ିବା ପରେ ପାଲଲହଡ଼ା ଜନସାଧାରଣ ବିଧାୟକଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି।