ପାକିସ୍ତାନ କ୍ରିକେଟରଙ୍କୁ ଭାରତରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳିବାକୁ ମିଳିବ ଭିସା

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନୀ କ୍ରିକେଟରଙ୍କୁ ଭାରତରେ ଟି-୨୦ ବିଶ୍ୱକପ୍ ମ୍ୟାଚ ଖେଳିବା ପାଇଁ ଭିସା ପ୍ରଦାନ କରାଯିବ। ସରକାରୀ ସ୍ତରରେ ଆଲୋଚନା ଏହି ନିଷ୍ପତ୍ତି ହୋଇଥିବା ବିସିସିଆଇ କାଉନସିଲ ବୋର୍ଡ ସଚିବ ଜୟ ଶାହା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଟି-୨୦ ବିଶ୍ୱକପର ୯ଟି ମ୍ୟାଚ୍ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟିଡିୟମରେ ଖେଳାଯିବ। ସେହିପରି ଅନ୍ୟ ମ୍ୟାଚ୍ ଗୁଡ଼ିକ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଧର୍ମଶାଳା ଓ ଲଖନଉରେ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ତିକ୍ତତା ହେତୁ ଦଶନ୍ଧି ଧରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ଖେଳାଯାଇନାହିଁ।