ଚୀନ ଜାଲରେ ଫସିଲା ପାକିସ୍ତାନ, ଋଣଦେଇ ଦୁଇଗୁଣା ଅର୍ଥ ମାଗୁଛି

ନୂଆଦିଲ୍ଲୀ, ଏଜେନ୍ସି: ଚୀନ ଜାଲରେ ଫସିଲା ପାକିସ୍ତାନ।  ଏବେ ଚୀନ କବଳରୁ ବାହାରିବା ମୁସ୍କିଲ ହୋଇପଡିଛି। ଏକଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ସ୍ୱିକାର କରିଛନ୍ତି। ଇମ୍ରାନ ବର୍ଷ ଆରମ୍ଭରୁ କହିଥିଲେ ଯେ, ପାକିସ୍ତାନ ଏବେ ପୂରାପୁରି ଚୀନ ଉପରେ ଅର୍ଥ ପାଇଁ ନିର୍ଭରଶୀଳ। ଇତିହାସ ସାକ୍ଷୀ ଅଛି ଚୀନ ଉପରେ ନିର୍ଭର କରିବା ସବୁଠାରୁ ମୁର୍ଖତା ହେବ। ପ୍ରଥମେ ପାକିସ୍ତାନକୁ ଲୋନ ଦେବାକୁ କହି ଲୋଭ ଦେଖାଇଥିଲା। ଅର୍ଥବ୍ୟବସ୍ଥାରେ ଅନଗ୍ରସର ଥିବା ପାକିସ୍ତାନ ଚୀନ ଭରସାରେ ଲୋନ ଆଣିଥିଲା। ଏବେ ଚୀନ ଦୁଇଗୁଣା ଅର୍ଥ ମାଗୁଛି। ଏନେଇ ଚିନ୍ତାରେ ପାକିସ୍ତାନ। ପାକିସ୍ତାନର ଦକ୍ଷିଣ ଭାଗରେ ଥିବା କରାଚି ଠାରୁ ଉତ୍ତରରେ ଥିବା ପେଶୱାର ପର୍ଯ୍ୟନ୍ତ ରେଳ ପ୍ରୋଜେକ୍ଟ କାମ ଚାଲୁଛି। ଏଥିପାଇଁ ଚୀନ ପାକିସ୍ତାନକୁ ୬.୮ ବିଲିୟନ ଆମେରିକା ଡଲାର ଲୋନ ଦେଇଛି।