ଭାରତରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ସାମିଲ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ଭାରତ ନେତୃତ୍ୱାଧୀନ ଏସସିଓ-ସିଏଚଏସର ୨୩ତମ ବୈଠକରେ ଭିଡିଓ କନଫ୍ରେନ୍ସିଂ ଜରିଆରେ ସାମିଲ ହେବେ । ଉକ୍ତ ବୈଠକ ଆସନ୍ତା ଜୁଲାଇ ୨୩ ତାରିରେ ଅନୁଷ୍ଠିତ ହେବ ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏସସିଓର ବର୍ତ୍ତମାନ ଅଧ୍ୟକ୍ଷ ରୂପେ ଭାରତର ପ୍ରଧାନମନ୍ତ୍ରୀ ଏସସିଓ-ସିଏଚଏସ ବୈଠକରେ ଭାଗ ନେବା ପାଇଁ ପାକିସ୍ତାନ ପଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ଉକ୍ତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଓ କ୍ଷେତ୍ରୀୟ ପ୍ରସଙ୍ଗରେ ବିଚାର ବିମର୍ଶ କରିବୁ ଏବଂ ଏସସିଓ ସଦସ୍ୟ ଦେଶ ମଧ୍ୟରେ ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରିବୁ । ଚଳିତ ବର୍ଷ ଏସସିଓ -ସିଏଚଏସ ସଂଗଠନର ନୂଆ ସଦସ୍ୟ ରୂପେ ଇରାନର ମଧ୍ୟ ସ୍ୱାଗତ କରାଯିବ ।