ପାକିସ୍ତାନ ରଚୁଛି ଭାରତକୁ ଆକ୍ରମଣର ଷଡ଼ଯନ୍ତ୍ର, ସତର୍କ ସୂଚନା ଜାରି କଲା ଗୁଇନ୍ଦା ବିଭାଗ

ନୌସେନା ମୁଖ୍ୟଙ୍କ ପରେ ଆଲର୍ଟ କଲା ଗୁଇନ୍ଦା। ଗୁଜୁରାଟର କଚ୍ଛ ଓ ସାରକ୍ରିକ ଅଞ୍ଚଳ ଦେଇ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଛି। ପାକିସ୍ତାନର ଏସ୍ଏସ୍ଜି କମାଣ୍ଡୋ କିମ୍ବା ଆତଙ୍କବାଦୀ ଛୋଟ ବୋଟ ଦେଇ ଭାରତ ଭିତରକୁ ପଶିବାର ସମ୍ଭାବନା ରହିଛି। ଏ ନେଇ ଗୁଜରାଟର ସମସ୍ତ ବନ୍ଦର ଓ ସମୁଦ୍ରତଟ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିରେ ବିଏସ୍ଏଫ୍, ଭାରତୀୟ ତଟରକ୍ଷୀ ବାହିନୀକୁ ମଧ୍ୟ ଆଲର୍ଟ କରାଯାଇଛି। ତେବେ ପାକିସ୍ତାନି କମାଣ୍ଡୋ ପାଣି ଭିତରେଥିବ ଜାହାଜ ଗୁଡ଼ିକୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା ରହିଛି।