ପୁଲୱାମା ଆକ୍ରମଣରେ ଇମ୍ରାନ ସରକାରର ହାତ ଥିବା ସ୍ୱୀକାର କଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଗତ ବର୍ଷ ଭାରତରେ ହୋଇଥିବା ପୁଲୱାମା ଆକ୍ରମଣ ପଛରେ ଇମ୍ରାନ ସରକାରଙ୍କ ହାତ ଥିବା ଆଜି ପାକିସ୍ତାନର ଜଣେ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଇମ୍ରାନ ଖାନଙ୍କ ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ସେ କହିଛନ୍ତି।
ଆଜି ଏକ ଜାତୀୟ ସଭାରେ ଇମ୍ରାନ ଖାନଙ୍କ କ୍ୟାବିନେଟ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ଆମେ ଭାରତୀୟଙ୍କୁ ତାଙ୍କ ଘରେ ପଶି ମାରିଛୁ, ଏହା ଆମ ପାଇଁ ଏକ ବଡ ସଫଳତା। ଏହି ଆକ୍ରମଣ ଇମ୍ରାନ ଖାନଙ୍କ ନେତୃତ୍ୱରେ ସମ୍ଭବ ପର ହୋଇଥିବା କହିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନ ଖୋଲା ଖୋଲି ଏହି ଆକ୍ରମଣର ପଛରେ ଜଡ଼ିତ ଥିବା ନେଇ ସ୍ୱୀକାର କରିଛି।

ବୁଧବାର ଦିନ ପାକିସ୍ତାନ ମୁସଲିମ ଲିଗ୍- ନବାଜର ନେତା ସର୍ଦ୍ଦାର ଅୟାଜ ଶାସକ ସରକାରରେ ଥିବା ଅସୁବିଧାକୁ ବଖାଣିଥିଲେ। ଏଥିରେ ଚୌଧୁରୀ ଉତ୍‌କ୍ଷିପ୍ତ ହୋଇ ଏଭଳି ବୟାନ ବାଜି କରିଥିଲେ।