ମାଛ ମାରୁଥିବା ଅଭିଯୋଗରେ ୩୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

ନୂଆଦିଲ୍ଲୀ,ଏଜେନ୍ସି: ୩୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ। ପାକିସ୍ତାନ ଜଳରାଶିରେ ମାଛ ମାରୁଥିବା ଅଭିଯୋଗ ହୋଇଥିବା। ଏହାକୁ ନେଇ ପାକିସ୍ତାନୀ ସାମୁଦ୍ରିକ କର୍ତ୍ତୃପକ୍ଷ ସେମାନଙ୍କୁ ଗିରଫ କରିଛି। ଏହାସହିତ ୫ଟି ମାଛଧରା ଡଙ୍ଗା ମଧ୍ୟ ଜବତ କରାଯାଇଛି।

ଶୁକ୍ରବାର ପାକିସ୍ତାନ ଏକ୍ସକ୍ଲୁଜିଭ୍ ଇକୋନୋମିକ ଜୋନ୍ ପାଟ୍ରୋଲିଂ କରିବା ବେଳେ ଅନୁପ୍ରବେଶକାରୀ ମାଛଧରା ଡଙ୍ଗାଗୁଡିକୁ ଅଟକାଇଥିଲେ। ସମୁଦ୍ରର କେତେକ ସ୍ଥାନରେ ଠିକ ଭାବେ ସୀମାନ୍ତ ନିର୍ଦ୍ଧାରଣ କରାଯାଇନଥିବାରୁ ସାମୁଦ୍ରିକ ସୀମା ଉଲ୍ଲଂଘନ ଅଭିଯୋଗରେ ପାକିସ୍ତାନ ଓ ଭାରତ ନିୟମିତ ଭାବେ ଅପର ପକ୍ଷର ମତ୍ସ୍ୟଜୀବୀଙ୍କୁ ଗିରଫ କରୁଛନ୍ତି।

ଅନ୍ୟର ଜଳରାଶିରୁ ମାଛ ମାରିବା ଅଭିଯୋଗରେ ଗିରଫ ହେଉଥିବା ପାକିସ୍ତାନ ଓ ଭାରତର ମତ୍ସ୍ୟଜୀବୀଙ୍କୁ ଦଣ୍ଡାଦେଶ ହେଉଛି। ଚଳିତ ବର୍ଷ ଆରମ୍ଭରୁ ଭାରତ ଓ ପାକିସ୍ତାନ କରିଥିବା କଏଦୀମାନଙ୍କ ତାଲିକା ଜଣାପଡିଛି ଯେ, ୫୧ ଜଣ ସାଧାରଣ ନାଗରିକଙ୍କ ଓ ୫୭୭ ଜଣ ମତ୍ସ୍ୟଜୀବୀଙ୍କ ସମେତ ୬୨୮ ଜଣ ଭାରତୀୟ ପାକିସ୍ତାନ ଜେଲରେ କଏଦ ଅଛନ୍ତି।