ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଆକଶପଥରେ ଉଡ଼ାଣ ପାଇଁ ଅନୁମତି ଦେଲାନି ପାକିସ୍ତାନ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ପାକିସ୍ତାନ ଆକାଶପଥରେ ଯାତ୍ରା ପାଇଁ ଅନୁମତି ନ ମିଳିବାରୁ ଏ ନେଇ ଇଣ୍ଟରନେସନଲାଲ ସିଭିଲ ଏଭିଏସନ ଅର୍ଗାନାଇଜେସନ ଆଇସିଏଓର ହସ୍ତକ୍ଷେପ ପାଇଁ ଭାରତ ପକ୍ଷରୁ ନିବେଦନ କରାଯାଇଛି। ତେବେ ଅନ୍ୟ ଦେଶର ଆକାଶପଥ ବ୍ୟବହାର ପାଇଁ ବିଭିନ୍ନ ଦେଶ ପକ୍ଷରୁ ଅନୁମତି ମଗାଯାଇଥାଏ। ଏଥିପାଇଁ ଆଇସିଏଓର ସ୍ୱତନ୍ତ୍ର ଗାଇଡଲାଇନ ରହିଛି।

ଏହାକୁ ଅଣଦେଖା କରି ପାକିସ୍ତାନ ଏକ ପାଖିଆ ନିଷ୍ପତ୍ତି ନେଇଥିବା ଭାରତ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସାଉଦି ଆରବ ଗସ୍ତପାଇଁ ଭାରତ ପକ୍ଷରୁ ପାକିସ୍ତାନର ଆକାଶପଥ ବ୍ୟବହାର ପାଇଁ ଅନୁମତି ମଗାଯାଇଥିଲା। ତେବେ ପାକିସ୍ତାନ ଏହି ଅନୁରୋଧକୁ ପ୍ରତ୍ୟାଖାନ କରିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକିସ୍ତାନର ଆକାଶପଥରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ଭାରତୀୟ ହାଇକମିସନଙ୍କୁ ପାକିସ୍ତାନର ବୈଦେଶୀକ ମନ୍ତ୍ରା ଜଣାଇଥିଲେ। ଜାମ୍ମୁକାଶ୍ମୀରରୁ ଧାର-୩୭୦ ଉଚ୍ଛେଦ ପରେ ପ୍ରତିବାଦ କରି ପାକିସ୍ତାନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।