କୁପୱାରା,ଏଜେନ୍ସି: ସାରା ଦେଶ କରୋନା ଯୁଦ୍ଧରେ ବ୍ୟସ୍ଥ ଥିବା ବେଳେ ପାକିସ୍ଥାନର ଅସ୍ତ୍ରବିରତୀ ଉଲଂଘନକୁ ନେଇ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରୱଣେ ନିନ୍ଦା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଏହି ସଙ୍କଟ ସମୟରେ ଅନ୍ୟ ଦେଶ ମାନେ ସହାୟତାର ହାତ ବଢ଼ାଇ ଔଷଧ ଓ ମେଡ଼ିକାଲ ସେବା ପଠାଉଥିବା ବେଳେ ପାକିସ୍ଥାନ ଆତଙ୍କବାଦୀଙ୍କୁ ପଠାଉଛି।
ସୂଚନା ଅନୁସାରେ ସ୍ଥଳସେନା ମୁଖ୍ୟ ଗତକାଲି ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବା ବେଳେ ସେଠାକାର ସ୍ଥିତି ନିରୀକ୍ଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଏଲଓସି ସ୍ଥିତି ଦେଖି କହିଛନ୍ତି ଯେ ସାରା ବିଶ୍ୱ ଓ ଭାରତ କରୋନା ବିରୋଧରେ ଲଢ଼େଇ ଜାରି ରଖିଥିବା ବେଳେ ପାକିସ୍ଥାନ ପଡୋଶୀ ଦେଶ ହୋଇ ବାଧକ ସାଜୁଛି। ଏଲଓସିରେ ଗତ ଦିନମାନଙ୍କରେ ଅନେକ ସେସଫାୟାର ହୋଇଥିବା ଜଣାପଡ଼ିଛି। ସେହିପରି ନିକଟରେ ଭାରତୀୟ ସେନା ପକ୍ଷରୁ ପାକିସ୍ଥାନ ଅଧିକୃତ ଅଞ୍ଚଳ ଦୁଧନିଆଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ଲଞ୍ଚପ୍ୟାଡକୁ ନଷ୍ଟ କରାଯାଇଛି। ସୂଚନା ଅନୁସାରେ ଉକ୍ତ ଲଞ୍ଚ ପ୍ୟାଡଟି ଭାରତ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଥିଲା।